୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଲର୍ଡ଼ ମାଉଣ୍ଟବ୍ୟାଟେନ୍ କେବେ ଓ କାହିଁକି ରାଜନ୍ଯ ମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବାପାଇଁ କିପରି ଅନୁପ୍ରାଣିତ କରିଥିଲେ ?
Answer:
୧୯୪୭ ମସିହାରେ ଭାରତ ସ୍ଵାଧୀନତା ପୂର୍ବରୁ, ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ଥାନ ସହିତ ମିଶିବାକୁ ପ୍ରେରଣା ଦେବାପାଇଁ ଏକ ରାଜନୈତିକ ବୈଠକ ଡକାଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ବ୍ରିଟିଶ ଶାସନ ଅବସାନ ପରେ ରାଜ୍ୟଗୁଡ଼ିକ ସ୍ଵାଧୀନ ହେବ, କିନ୍ତୁ ଭୌଗୋଳିକ, ସାଂସ୍କୃତିକ ଓ ଆର୍ଥିକ ସାମଞ୍ଜସ୍ୟ ଦୃଷ୍ଟିରେ ଭାରତ ସହିତ ମିଶିବା ଉଚିତ। ସେ ରାଜାମାନଙ୍କୁ ସୁରକ୍ଷା, ପେନସନ, ଓ ସାମ୍ବିଧାନିକ ସୁବିଧା ପ୍ରଦାନର ପ୍ରତିଶ୍ରୁତି ଦେଇ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।
(ଖ) ମିଳନ ପତ୍ରରେ କ’ଣ ବ୍ୟବସ୍ଥା ଥିଲା ଏବଂ ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ ?
ମିଳନ ପତ୍ର (Instrument of Accession) ର ପ୍ରସ୍ତାବ ଅନୁଯାୟୀ, ଦେଶୀୟ ରାଜ୍ୟମାନଙ୍କୁ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା। ସେଗୁଡ଼ିକ ହେଲା: ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ। ଏହି କ୍ଷମତା ହସ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ୱାଧୀନ ଭାବରେ ସେମାନଙ୍କ ରାଜ୍ୟ ଶାସନ କରିପାରିବେ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଥିଲା। ସର୍ଦ୍ଦାର ପଟେଲ ଓ ଭି.ପି. ମେନନ ଏହି ମିଳନ ପତ୍ର ପ୍ରସ୍ତୁତ କରିଥିଲେ।
ଅନେକ ଦେଶୀୟ ରାଜ୍ୟ ଏହି ମିଳନ ପତ୍ରକୁ ଗ୍ରହଣ କରିଥିଲେ। ଲର୍ଡ ମାଉଣ୍ଟବ୍ୟାଟେନଙ୍କ ଭାଷଣ ଏବଂ ତାଙ୍କର ସତର୍କବାଣୀ ଅନେକ ରାଜାଙ୍କୁ ଅନୁପ୍ରାଣିତ କରିଥିଲା। ସର୍ଦ୍ଦାର ପଟେଲ ମଧ୍ୟ ବହୁ ଦେଶୀୟ ରାଜ୍ୟକୁ ଏହା କରିବାକୁ ଉତ୍ସାହିତ କରିଥିଲେ। ଅଳ୍ପ କେତୋଟିକୁ ଛାଡ଼ିଦେଲେ, ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ସ୍ୱାଧୀନତା ପୂର୍ବରୁ ଏହି ମିଳନ ପତ୍ରରେ ସ୍ଵାକ୍ଷର କରିସାରିଥିଲେ।
ତେବେ, ଯୋଧପୁର, ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ଭାରତ ସହିତ ପ୍ରଥମେ ମିଳନ ପତ୍ରରେ ସ୍ଵାକ୍ଷର କରିନଥିଲେ।
ଯୋଧପୁରର ରାଜା ଶେଷରେ ବୁଝାସୁଝା ପରେ ଭାରତ ସହିତ ମିଳନ ପତ୍ରରେ ସ୍ଵାକ୍ଷର କଲେ।
ଜୁନାଗଡ଼ରେ ଗଣଭୋଟ ପରେ ତାହା ଭାରତ ସହିତ ମିଶିଗଲା।
କାଶ୍ମୀରର ରାଜା ହରି ସିଂହ ଆତ୍ମରକ୍ଷା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ, ପାକିସ୍ତାନୀ ଆକ୍ରମଣରୁ ରକ୍ଷା ପାଇଁ ଭାରତ ସରକାରଙ୍କୁ ସାମରିକ ସହାୟତା ପାଇଁ ଅନୁରୋଧ କରିବା ପରେ ମିଳନ ପତ୍ରରେ ସ୍ଵାକ୍ଷର କଲେ।
ହାଇଦ୍ରାବାଦ ଉପରେ “ଅପରେସନ୍ ପୋଲୋ” ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ନିଜାମ ମିଳନ ପତ୍ରରେ ସ୍ଵାକ୍ଷର କଲେ।
ଏହିପରି ଭାବରେ, ବହୁ ଦେଶୀୟ ରାଜ୍ୟ ସହମତିରେ ଏବଂ କେତେକ କ୍ଷେତ୍ରରେ ବିଶେଷ ପରିସ୍ଥିତି କାରଣରୁ ମିଳନ ପତ୍ର ଗ୍ରହଣ କରିଥିଲେ।
(ଗ) କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ଵାକ୍ଷର କଲେ ?
Answer:
କାଶ୍ମୀରର ରାଜା ହରି ସିଂ ୧୯୪୭ରେ ପାକିସ୍ଥାନ-ସମର୍ଥିତ ଆକ୍ରମଣ ଓ ଆଭ୍ୟନ୍ତରୀଣ ବିଦ୍ରୋହର ସମ୍ମୁଖୀନ ହୋଇଥିଲେ। ପାକିସ୍ଥାନୀ ସେନା କାଶ୍ମୀର ଆକ୍ରମଣ କରିବା ପରେ, ହରି ସିଂ ଭାରତରୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଭାରତ ସରକାର ତାଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ମିଳନ ପତ୍ରରେ ସ୍ଵାକ୍ଷର କରିବାକୁ ଶରତ ରଖିଥିଲେ। ଅକ୍ଟୋବର ୨୬, ୧୯୪୭ରେ ହରି ସିଂ ଏହି ପତ୍ରରେ ସ୍ଵାକ୍ଷର କରି କାଶ୍ମୀରକୁ ଭାରତର ଅଂଗ ଭାବେ ଯୋଗ ଦେଇଥିଲେ। ଏହି ଚୁକ୍ତି ଅନୁଯାୟୀ, କାଶ୍ମୀରକୁ ବିଶେଷ ସ୍ଥିତି (Article 370) ପ୍ରଦାନ କରାଯାଇଥିଲା।
Or
କାଶ୍ମୀରର ମହାରାଜା ହରି ସିଂହ ପ୍ରଥମେ କାଶ୍ମୀରକୁ ସ୍ୱାଧୀନ ରଖିବାକୁ ଚାହୁଁଥିଲେ ଏବଂ ହଠାତ୍ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ। ତାଙ୍କର ଏହି ମତକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ ଅବଦୁଲ୍ଲା ପ୍ରତ୍ୟାଖ୍ୟାନ କରିଥିଲେ।
ଏହି ସମୟରେ, ପାକିସ୍ତାନର କାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ଥିଲା। ପାକିସ୍ତାନର ପ୍ରରୋଚନା ଓ ସାହାଯ୍ୟରେ ହଜାର ହଜାର “ପଠାଣ” ଜନଜାତିର ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରି “ଆଜାଦ କାଶ୍ମୀର” ଗଠନ କଲେ। ଏହା “ଅପରେସନ୍ ଗୁଲମାର୍ଗ”ର ଏକ ଅଂଶ ଥିଲା, ଯାହାର ଲକ୍ଷ୍ୟ ଥିଲା କାଶ୍ମୀରକୁ ଦଖଲ କରିବା। ନିୟମିତ ପାକିସ୍ତାନୀ ସୈନ୍ୟମାନେ ମଧ୍ୟ ଏହି ଆକ୍ରମଣରେ ଭାଗ ନେଇଥିଲେ।
ଆତ୍ମରକ୍ଷା ପାଇଁ ଅନ୍ୟ କୌଣସି ଉପାୟ ନ ପାଇ, ରାଜା ହରି ସିଂହ ଭାରତ ସରକାରଙ୍କୁ ସାମରିକ ସହାୟତା ପାଇଁ ଅନୁରୋଧ କଲେ। ତେବେ, ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭାରତ ସରକାରଙ୍କ ସହ ଏକ ମିଳନ ପତ୍ରରେ ସ୍ଵାକ୍ଷର କରିବାକୁ ତାଙ୍କୁ ପଡିଲା। ଏହି ପରିସ୍ଥିତିରେ, ଜାମ୍ମୁ ଓ କାଶ୍ମୀର ବୈଧାନିକ ରୂପେ ଭାରତର ଏକ ଅଂଶ ହେଲା ଏବଂ ଭାରତୀୟ ସମ୍ବିଧାନର ଧାରା ୩୭୦ରେ ଏକ ବିଶେଷ ବ୍ୟବସ୍ଥା ରହିଲା।
(ଘ) ପଟେଲ୍ ଓ ମେନନ୍ ପୂର୍ଣ ମିଶ୍ରଣ ସପକ୍ଷରେ କି କି ଯୁକ୍ତି ଉପସ୍ଥାପନ କଲେ ?
Answer:
ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ଭି.ପି. ମେନନ୍ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତରେ ପୂର୍ଣ ମିଶ୍ରଣ ପାଇଁ ନିମ୍ନଲିଖିତ ଯୁକ୍ତିଗୁଡ଼ିକ ଉପସ୍ଥାପନ କରିଥିଲେ:
- ରାଷ୍ଟ୍ରୀୟ ଏକତା : ସେମାନେ ଜୋର ଦେଇ କହିଥିଲେ ଯେ ଏକ ଛିନ୍ନଭିନ୍ନ ଭାରତ ଦୁର୍ବଳ ହେବ ଏବଂ ବିଦେଶୀ ଶକ୍ତିଙ୍କ ହାତରେ ପଡ଼ିପାରେ।
- ପ୍ରଜାଙ୍କ କଲ୍ୟାଣ: ଦେଶୀୟ ରାଜ୍ୟଗୁଡ଼ିକରେ ଗଣତନ୍ତ୍ର ଓ ଯୋଗ୍ୟ ଶାସନ ପ୍ରତିଷ୍ଠା ପାଇଁ ମିଶ୍ରଣ ଆବଶ୍ୟକ ଥିଲା।
- ରାଜାଙ୍କ ସୁବିଧା: ରାଜାମାନଙ୍କୁ ପେନସନ, ସମ୍ମାନ ଓ ସମ୍ପତିର ସୁରକ୍ଷା ଦେଇ ସେମାନଙ୍କୁ ମିଶ୍ରଣରେ ସହମତ କରାଯାଇଥିଲା।
- ଭୌଗୋଳିକ ଯୁକ୍ତି: ଅଧିକାଂଶ ରାଜ୍ୟ ଭାରତର ମାନଚିତ୍ର ମଧ୍ୟରେ ଅବସ୍ଥିତ ଥିବାରୁ, ସେମାନଙ୍କର ଅଲଗା ରହିବା ଯୁକ୍ତିସଙ୍ଗତ ନଥିଲା।
(ଙ) ମିଶ୍ରଣ ଚୁକ୍ତିର ସର୍ଭଗୁଡ଼ିକ କ’ଣ ଥିଲା ?
Answer:
ମିଶ୍ରଣ ଚୁକ୍ତି (Merger Agreement) ଅନୁଯାୟୀ ନିମ୍ନଲିଖିତ ସର୍ତ୍ତଗୁଡ଼ିକ ରଖାଯାଇଥିଲା:
- କ୍ଷମତା ହସ୍ତାନ୍ତର: ରାଜାମାନେ ଶାସନିକ କ୍ଷମତା ଭାରତ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର କଲେ।
- ହାତ ପାଣ୍ଠି: ରାଜାଙ୍କୁ ବାର୍ଷିକ ପେନସନ ଓ ଆର୍ଥିକ ସହାୟତା ପ୍ରଦାନ କରାଗଲା।
- ବ୍ୟକ୍ତିଗତ ସମ୍ପତି: ରାଜାଙ୍କ ବ୍ୟକ୍ତିଗତ ସମ୍ପତି, ରାଜପ୍ରାସାଦ ଓ ପଦବୀ ସୁରକ୍ଷିତ ରହିଲା।
- କର୍ମଚାରୀଙ୍କ ସୁରକ୍ଷା: ରାଜ୍ୟର କର୍ମଚାରୀମାନଙ୍କୁ ପ୍ରାଦେଶିକ ସରକାର ନିଜ କର୍ମଚାରୀ ଭାବେ ଗ୍ରହଣ କଲେ।
- ପ୍ରଶାସନିକ ସାମଞ୍ଜସ୍ୟ: ଦେଶୀୟ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଓ ପ୍ରାଦେଶିକ ଆଇନ ପ୍ରଚଳନ କରାଗଲା।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକର ଅବସ୍ଥା କିପରି ଥିଲା?
Answer:
ସ୍ଵାଧୀନତା ପରେ ୫୬୦ରୁ ଅଧିକ ଦେଶୀୟ ରାଜ୍ୟ ସ୍ଵାଧୀନ ରହିବା କିମ୍ବା ଭାରତ/ପାକିସ୍ଥାନ ସହିତ ମିଶିବା ପାଇଁ ବାଛିବାର ସୁଯୋଗ ପାଇଥିଲେ। ଅଧିକାଂଶ ରାଜ୍ୟ ଭାରତ ସହିତ ମିଶିଲେ, କିନ୍ତୁ କାଶ୍ମୀର, ହାଇଦ୍ରାବାଦ ଓ ଜୁନାଗଢ଼ ପ୍ରଥମେ ମିଶିନଥିଲେ।
(ଖ) ଭାରତ ସ୍ଵାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଥିଲା?
Answer:
ସ୍ଵାଧୀନତା ଆଇନ (୧୯୪୭) ଅନୁଯାୟୀ, ଦେଶୀୟ ରାଜ୍ୟଗୁଡ଼ିକ ବ୍ରିଟିଶ ସାର୍ବଭୌମତ୍ୱରୁ ମୁକ୍ତ ହୋଇ ସ୍ଵାଧୀନ ହେଲେ। ସେମାନେ ଭାରତ କିମ୍ବା ପାକିସ୍ଥାନ ସହିତ ମିଶିବା କିମ୍ବା ସ୍ଵାଧୀନ ରହିବା ପାଇଁ ଛାଡ଼ ପାଇଥିଲେ।
(ଗ) ଜୁନାଗଢ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା?
Answer:
ଜୁନାଗଢ଼ର ନବାବ ପାକିସ୍ଥାନ ସହିତ ମିଶିବାକୁ ଚାହିଁଥିଲେ, କିନ୍ତୁ ପ୍ରଜାଙ୍କ ବିରୋଧ ଓ ଭାରତୀୟ ସେନାର ହସ୍ତକ୍ଷେପ ପରେ ୧୯୪୮ରେ ଏହା ଭାରତରେ ମିଶିଲା। ଏକ ଜନମତ ସଂଗ୍ରହରେ ଅଧିକାଂଶ ଲୋକେ ଭାରତକୁ ସମର୍ଥନ କରିଥିଲେ।
(ଘ) କିଏ ହାଇଦ୍ରାବାଦର ନିଜାମ୍ ଥିଲେ ଏବଂ କେଉଁ ସଙ୍ଗଠନ ତାଙ୍କୁ ସମର୍ଥନ କରିଥିଲା?
Answer:
ହାଇଦ୍ରାବାଦର ନିଜାମ୍ ଥିଲେ ଓସ୍ମାନ ଅଲ୍ଲୀ ଖାଁ। ତାଙ୍କୁ ସୟଦ କାଶିମ୍ ରଜ୍ଭିଙ୍କ ନେତୃତ୍ୱରେ “ରଜାକର” ନାମକ ଏକ ସଶସ୍ତ୍ର ସଂଗଠନ ସମର୍ଥନ କରିଥିଲା
(ଙ) ହାଇଦ୍ରାବାଦ କିପରି ଭାରତ ସହିତ ମିଶିଲା?
Answer:
ନିଜାମ୍ ସ୍ଵାଧୀନ ରହିବାକୁ ଚାହିଁଥିଲେ, କିନ୍ତୁ ଆଭ୍ୟନ୍ତରୀଣ ଅସ୍ଥିରତା ଓ ଭାରତୀୟ ସେନାର “ଅପରେସନ୍ ପୋଲୋ” (୧୯୪୮) ପରେ ହାଇଦ୍ରାବାଦ ଭାରତରେ ମିଶିଲା।
(ଚ) ରାଜାଙ୍କ ହାତପାଣ୍ଠି କ’ଣ ଏବଂ ଏହା କିପରି ସ୍ଥିରୀକୃତ ହୋଇଥୁଲା?
Answer:
ରାଜାଙ୍କ ହାତପାଣ୍ଠି ଥିଲା ଏକ ବାର୍ଷିକ ପେନସନ ବ୍ୟବସ୍ଥା, ଯାହା ରାଜ୍ୟ ମିଶ୍ରଣ ପରେ ରାଜାମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିଲା। ଏହାର ପରିମାଣ ରାଜ୍ୟର ରାଜସ୍ୱ ଆୟ ଉପରେ ଆଧାରିତ ହୋଇ ସ୍ଥିର କରାଯାଇଥିଲା ଏବଂ ଭାରତ ସରକାର ଏହା ପରିଚାଳନା କରୁଥିଲେ।
(ଛ) ସର୍ଦ୍ଦାର ପଟେଲ କିପରି ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ?
Answer:
୧୯୪୮ ଜାନୁଆରୀରେ ସର୍ଦ୍ଦାର ପଟେଲ କଠୋର କୂଟନୀତି ଓ ରାଜନୈତିକ ଚାତୁର୍ଯ୍ୟରେ ସୌରାଷ୍ଟ୍ର ଅଞ୍ଚଳର ୨୨୨ଟି ଛୋଟ ରାଜ୍ୟକୁ ଏକୀକୃତ କରି ସୌରାଷ୍ଟ୍ର ରାଜ୍ୟସଂଘ ଗଠନ କରିଥିଲେ। ପରେ ଆଉ ୬ଟି ରାଜ୍ୟ ଏଥିରେ ଯୋଗ ଦେଇଥିଲେ।
(ଜ) ପୂର୍ବ ପଞ୍ଜାବ ରାଜ୍ୟସଂଘ କିପରି ଗଠିତ ହୋଇଥିଲା?
Answer:
୧୯୪୮ ଜୁଲାଇରେ ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦକୋଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆ ଆଦି ୮ଟି ପାର୍ବତ୍ୟ ରାଜ୍ୟକୁ ମିଶାଇ ପୂର୍ବ ପଞ୍ଜାବ ରାଜ୍ୟସଂଘ ଗଠିତ ହୋଇଥିଲା। ଏହା ପରେ ଏହା ପୂର୍ବ ପଞ୍ଜାବରେ ମିଶିଥିଲା।
(ଝ) କେଉଁ ରାଜ୍ୟଗୁଡ଼ିକ ଦେଶ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ?
Answer:
କାଶ୍ମୀର (ହରି ସିଂହ), ହାଇଦ୍ରାବାଦ (ନିଜାମ୍) ଓ ମହିସୂର (ଜୟଚାମରାଜେନ୍ଦ୍ର) ପ୍ରଥମେ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ। ପରେ ବିଭିନ୍ନ ଘଟଣାକ୍ରମେ ସେମାନେ ଭାରତ ସହିତ ମିଶିଥିଲେ।
(ଞ) ସର୍ଦ୍ଦାର ପଟେଲ୍ଙ୍କୁ କାହିଁକି ଭାରତର ବିସ୍ମାର୍କ ଓ ଲୌହମାନବ କୁହାଯାଏ?
Answer:
ସର୍ଦ୍ଦାର ପଟେଲଙ୍କୁ “ଭାରତର ବିସ୍ମାର୍କ” (ଲୌହ ପୁରୁଷ) କୁହାଯାଏ କାରଣ ତାଙ୍କ ଦୃଢ଼ ନେତୃତ୍ୱ ଓ କୂଟନୈତିକ ପ୍ରତିଭାରେ ସେ ୫୬୦ଟି ଦେଶୀୟ ରାଜ୍ୟକୁ ଭାରତରେ ଏକୀକୃତ କରିଥିଲେ। “ଲୌହମାନବ” ଉପାଧି ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ରାଷ୍ଟ୍ରୀୟ ଐକ୍ୟ ସ୍ଥାପନାରେ ଅବଦାନ ପାଇଁ ଦିଆଯାଇଥିଲା।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ କିଏ ଏହାର ମନ୍ତ୍ରୀ ହେଲେ ?
Answer:
ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଏହାର ମନ୍ତ୍ରୀ ହେଲେ ।
(ଖ) ଭି.ପି. ମେନନ୍ କିଏ ଥିଲେ ?
Answer:
ଭି.ପି. ମେନନ୍ ଥିଲେ ଦେଶୀୟ ରାଜ୍ୟ ବିଭାଗର ଶାସନ ସଚିବ ଓ ମିଶ୍ରଣ ପ୍ରକ୍ରିୟାର ମୁଖ୍ୟ ପ୍ରଣେତା ।
(ଗ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ କେବେ ନେହେରୁ ଓ ପଟେଲ୍ ଲର୍ଡ଼ ମାଉଣ୍ଟବ୍ୟାଟେନ୍ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୭ ଜୁଲାଇ ୯ ତାରିଖରେ ନେହେରୁ ଓ ପଟେଲ୍ ଲର୍ଡ଼ ମାଉଣ୍ଟବ୍ୟାଟେନ୍ଙ୍କୁ ସାକ୍ଷାତ କରି ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ବିଷୟରେ ଆଲୋଚନା କରିଥିଲେ ।
(ଘ) କିଏ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ?
Answer:
ସର୍ଦାର ପଟେଲ ଓ ଭି.ପି. ମେନନ୍ ‘ମିଳନ ପତ୍ର’ ପ୍ରସ୍ତୁତ କରିଥିଲେ । (Merger Agreement) ପ୍ରସ୍ତୁତ କରିଥିଲେ ।
(ଙ) ହନ୍ବନ୍ତ ସିଂହ କିଏ ଥିଲେ ?
Answer:
ହନ୍ନନ୍ତ ସିଂହ ଥିଲେ ଯୋଧପୁରର ରାଜା
(ଚ) ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
ଜାମ୍ମୁ-କାଶ୍ମୀରର ରାଜାଙ୍କର ପ୍ରସ୍ତାବକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲା ପ୍ରତ୍ୟାଖ୍ୟାନ କରିଥିଲେ ।
(ଛ) ଭାରତୀୟ ସମ୍ବିଧାନର କେଉଁ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ?
Answer:
ଭାରତୀୟ ସମ୍ବିଧାନର ଧାରା ୩୭୦ରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରଖାଯାଇଥିଲା।
(ଜ) ଅପରେସନ୍ ‘ପୋଲା’ କେଉଁ ଦେଶୀୟ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା ?
Answer:
ଅପରେସନ୍ ‘ପୋଲା’ ହାଇଦ୍ରାବାଦ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା (୧୯୪୮ ସେପ୍ଟେମ୍ବର)।
(ଝ) ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ଓଡ଼ିଶାରୁ ଆରମ୍ଭ ହୋଇଥିଲା (୧୯୪୭ ଡିସେମ୍ବର)।
(ଞ) ଓଡ଼ିଶାରୁ କିଏ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ?
Answer:
ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପ୍ରମୁଖ ଭୂମିକା ଗ୍ରହଣ କରି ସାହାଯ୍ୟ କରିଥିଲେ
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ସ୍ଵାଧୀନତା ପ୍ରାପ୍ତିବେଳକୁ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
(i) ଲର୍ଡ଼ ମାଉଣ୍ଟବ୍ୟାଟେନ୍
(ii) ଜବାହରଲାଲ ନେହେରୁ
(iii) ମହମ୍ମଦ ଅଲ୍ଲୀ ଜିନ୍ନା
(iv) ବଲ୍ଲଭଭାଇ ପଟେଲ
Answer: (ii) ଜବାହରଲାଲ ନେହେରୁ
(ଖ) ମିଳନ ପତ୍ରର ସର୍ତ୍ତ ଅନୁଯାୟୀ ଦେଶୀୟ ରାଜାମାନଙ୍କୁ କେଉଁ କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ୁଥୁଲା ?
(i) ଗୃହ, ପ୍ରତିରକ୍ଷା ଓ ଅର୍ଥ
(ii) ବୈଦେଶିକ ବ୍ୟାପାର, ଯୋଗାଯୋଗ ଓ ଶିକ୍ଷା
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(iv) ପ୍ରତିରକ୍ଷା, ଗୃହ ଓ ବୈଦେଶିକ ବ୍ୟାପାର
Answer: (iii) କୋହ୍ଲାପୁର
(ଗ) କେଉଁ ଦେଶୀୟ ରାଜ୍ୟଟି ତତ୍କାଳୀନ ବମ୍ବେ ପ୍ରଦେଶ ସହିତ ମିଶିଯାଇଥିଲା ?
(i) ଗୋଆଲିଅର୍
(ii) ଇନ୍ଦୋର୍
(iii) କୋହ୍ଲାପୁର
(iv) ନଲାରଗଡ଼
Answer: (iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(ଘ) ପଞ୍ଜାବ ପାର୍ବତ୍ୟ ରାଜ୍ୟ ଏଜେନ୍ସିର କେତେଗୋଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହୋଇଥିଲା ?
(i) ୬୬
(ii) ୩୦
(iii) ୬
(iv) ୧୮
Answer: (ii) ୩୦
(ଙ) କେବେ ରାଜ୍ୟ ପୁନର୍ଗଠିତ ଆଇନ ପ୍ରବର୍ତ୍ତିତ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬
Answer: (iv) ୧୯୫୬