Class 10 Life Science Chapter 3 Solutions – ପରିବହନ ଓ ସଞ୍ଚାଳନ

Class 10 Life science Textbook Solution Chapter 3 BSE Odisha

All Questions and Answers

1. ମଣିଷ ହୃତ୍‌ପିଣ୍ଡର ଆଭ୍ୟନ୍ତରୀଣ ଗଠନ ବୁଝାଅ।

2. ରକ୍ତବାହିନୀ କ’ଣ ? ଶିରା ଓ ଧମନୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

3. ରକ୍ତ କିପରି ଜମାଟ ବାନ୍ଧେ ବୁଝାଅ ।

4. ମଣିଷ ହୃତ୍‌ପିଣ୍ଡର ଅବସ୍ଥିତି ଓ ବାହ୍ୟ ଗଠନ ବର୍ଣ୍ଣନ କର ।

5. ଉଭିଦରେ ଜଳର ପରିବହନରେ ସଂପୃକ୍ତ ତତ୍ତ୍ଵଗୁଡ଼ିକୁ ବୁଝାଅ ।

6. ଉଭିଦରେ ଜଳ ପରିବହନ ଦର୍ଶାଉଥବା ଏକ ପରୀକ୍ଷଣ ବର୍ଣ୍ଣନ କର ।

7. ମଣିଷ ହୃତ୍‌ପିଣ୍ଡର ଆଭ୍ୟନ୍ତରୀଣ ଗଠନର ନାମାର୍କିତ ଚିତ୍ର ଅଙ୍କନ କର |

8. ଟିପ୍ପଣୀ ଦିଅ।

9. ସଂକ୍ଷେପରେ ଉତ୍ତର ଦିଅ ।

10. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

11. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

12. ଶୂନ୍ୟସ୍ଥାନ ପୂରଣ କର ।

13. ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।

14. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।

1.ମଣିଷ ହୃତ୍‌ପିଣ୍ଡର ଆଭ୍ୟନ୍ତରୀଣ ଗଠନ ବୁଝାଅ।

Answer:

ହୃତପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ । ଉପର ଦୁଇ ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ ଓ ତଳ ଦୁଇ ପ୍ରକୋଷ୍ଠକୁ ଭେଣ୍ଡ୍ରିକଲ୍ ବା ନିଳୟ କୁହାଯାଏ ।

ଦକ୍ଷିଣ ଅଳିନ୍ଦ ସହ ଉର୍ଦ୍ଧ୍ବ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ରକ୍ତବାହିନୀ ଏବଂ ଦକ୍ଷିଣ ନିଳୟ ସହିତ ଫୁସ୍‌ଫୁସ୍ ଧମନୀ ସଂଯୁକ୍ତ । ହୃତ୍‌ପିଣ୍ଡର ବାମ ଅଳିନ୍ଦ ସହ ଫୁସ୍‌ଫୁସ୍ ଶିରା (Pulmonary vein) ଓ ବାମ ନିଳୟସହ ମହାଧମନୀ (Aorta) ସଂଯୁକ୍ତ ।

ଅଳିନ୍ଦ-ନିଳୟ ଦ୍ଵାରରେ ଏବଂ ନିଳୟ-ରକ୍ତବାହିନୀ ଦ୍ଵାରରେ ରହିଥ‌ିବା 2 ବା 3ଟି ପତଳା ପରଦାକୁ କପାଟିକା (Valve) କୁହାଯାଏ । କପାଟିକାର ପ୍ରତ୍ୟେକ ପରଦାକୁ ପାଖୁଡ଼ା (Cusp) କୁହାଯାଏ ।

ଦକ୍ଷିଣ ଅଳିନ୍ଦ-ଦକ୍ଷିଣ ନିଳୟ ଦ୍ବାରରେ ଓ ପାଖୁଡ଼ାବିଶିଷ୍ଟ କପାଟିକା (Tricuspid valve), ବାମ ଅଳିନ୍ଦ- ବାମ ନିଳୟ ଦ୍ବାରରେ 2 ପାଖୁଡ଼ାବିଶିଷ୍ଟ କପାଟିକା (Bicuspid valve) ଓ ନିଳୟ ରକ୍ତବାହିନୀ ଦ୍ଵାରରେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା (Semilunar valve) ରହିଥାଏ । ହୃତପିଣ୍ଡର 4ଟି ପ୍ରକୋଷ୍ଠ ମଧ୍ୟରୁ ବାମ ନିଳୟ ଅଧିକ ଦକ୍ଷ ଓ ଏହାର ପ୍ରାଚୀର ଅଧିକ ମୋଟା । କାରଣ ବାମ ନିଳୟର ସଙ୍କୋଚନ ହେଲେ ଅମ୍ଳଜାନଯୁକ୍ତ ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ ।

ଅଳିନ୍ଦ ଓ ନିଳୟ ମଧ୍ୟସ୍ଥ କପାଟିକା ନିଳୟ ଆଡ଼କୁ ଏବଂ ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥ କପାଟିକା ରକ୍ତବାହିନୀ ଆଡ଼କୁ ଖୋଲୁଥିବାରୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । କପାଟିକା ବନ୍ଦ ହୋଇଗଲେ ରକ୍ତ ସେହିବାଟେ ପଛକୁ ଫେରିପାରେ ନାହିଁ ।

2. ରକ୍ତବାହିନୀ କ’ଣ ? ଶିରା ଓ ଧମନୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

Answer:

ରକ୍ତବାହିନୀ (Blood Vessels) ହେଉଛି ଶରୀରର ସେ ଗଠନ ଯାହା ରକ୍ତକୁ ହୃତ୍‌ପିଣ୍ଡକୁ ଓ ଅନ୍ୟାନ୍ୟ ଅଂଶମାନେ ଭିତରେ ପରିବହନ କରେ। ରକ୍ତବାହିନୀଗୁଡିକ ପ୍ରଧାନତଃ ତିନି ପ୍ରକାରର ହୁଏ:

1.ଧମନୀ (Arteries)
2.ଶିରା (Veins)
3.ରକ୍ତକୈଶିକ (କ୍ୟାପିଲେରୀ /Capillaries)

ଧମନୀ (Artery):

  • ଧମନୀ ହୃତ୍‌ପିଣ୍ଡରୁ ଅମ୍ଳଜାନଯୁକ୍ତ ରକ୍ତକୁ ଶରୀରର ବିଭିନ୍ନ ଅଂଗକୁ ପଠାଏ (ଫୁସ୍‌ଫୁସ୍ ଧମନୀ ବ୍ୟତିକ୍ରମ)।
  • ଏହାର ପ୍ରାଚୀର ଘନ, ମଜବୁତ ଥାଏ।
  • କପାଟିକା (Valve) ନଥାଏ।
  • ଧଡ଼ ଅନୁଭୂତ ହୁଏ।
  • ଧମନୀ ଶରୀରର ଭିତର ଅଂଶରେ ଥାଏ।

ଉଦାହରଣ: ମହାଧମନୀ (Aorta), ଫୁସ୍‌ଫୁସ୍ ଧମନୀ (Pulmonary artery)

ଶିରା (Vein):

  • ଶିରା ଶରୀରର ଅଂଗଗୁଡ଼ିକୁ ଥିବା ଅମ୍ଳଜାନବିହୀନ ରକ୍ତକୁ ହୃତ୍‌ପିଣ୍ଡକୁ ଫେରାଇ ଆଣେ (ଫୁସ୍‌ଫୁସ୍ ଶିରା ବ୍ୟତିକ୍ରମ)।
  • ପ୍ରଚୀର ପତଳା ଓ ବ୍ୟାସ ବିଶାଳ ଥାଏ।
  • ଏଥିରେ କପାଟିକା (valves) ଥାଏ, ଯାହା ରକ୍ତକୁ ଏକ ଦିଗକୁ ବହିବାରେ ସାହାଯ୍ୟ କରେ।
  • ଧଡ଼ ଅନୁଭୂତ ହୁଏ ନାହିଁ।
  • ଶିରା କେବେ କେବେ ଚର୍ମ ତଳେ ଦେଖିବାକୁ ମିଳେ।

ଉଦାହରଣ: ମହାଶିରା (Vena cava), ଫୁସ୍‌ଫୁସ୍ ଶିରା (Pulmonary vein)

Note: ଧମନୀ ଶରୀରର ଅନ୍ୟାନ୍ୟ ଅଂଶକୁ ଅମ୍ଳଜାନଯୁକ୍ତ ରକ୍ତ ପଠାଏ, ଯାହା ଉଚ୍ଚ ଚାପ ରେ ଚାଲିଥାଏ।

ଶିରା ଶରୀରର ଅଂଶରୁ ଅମ୍ଳଜାନବିହୀନ ରକ୍ତ ହୃତ୍‌ପିଣ୍ଡକୁ ପଠାଏ, ଯାହାର ଚାପ ନିମ୍ନ ଥାଏ, ଓ ସେଥିରେ କପାଟିକା ଥାଏ ଯାହା ରକ୍ତକୁ ଏକ ଦିଗରେ ବାହାରିବାକୁ ସହାଯ୍ୟ କରେ।

3. ରକ୍ତ କିପରି ଜମାଟ ବାନ୍ଧେ ବୁଝାଅ ।

Answer:

ଶରୀରର କୌଣସି ସ୍ଥାନ କଟିଗଲେ ବା କ୍ଷତ ହୋଇଗଲେ ସେ ସ୍ଥାନରୁ ରକ୍ତ ବାହାରେ । କିଛି ସମୟ ଉତ୍ତାରୁ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧେ ଓ ରକ୍ତସ୍ରାବ ବନ୍ଦ ହୁଏ । ପ୍ଲାଜ୍‌ମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତଜମାଟ ବାନ୍ଧିବା କାର୍ଯ୍ୟଟି କରିଥାନ୍ତି ।

କ୍ଷତ ହୋଇ ରକ୍ତ ବାହାରିଲେ କ୍ଷତ ଟିସୁ ଓ ଭାଙ୍ଗିଯାଇଥିବା ଅଣୁଚକ୍ରିକା ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତସ୍ଥାନରେ ଥ୍ରୋୟୋପ୍ଲାଷ୍ଟିନ୍‌ ନାମକ ଏକ ଲିପୋପ୍ରୋଟିନ୍ ସୃଷ୍ଟି ହୁଏ ।

ଏହା ରକ୍ତରେ ଥିବା କ୍ୟାଲସିୟମ୍ ଆୟନ (Catt) ତଥା ଏନ୍‌ଜାଇମ୍ ଉପସ୍ଥିତିରେ ପ୍ଲାଜମାରେ ଥ‌ିବା ପ୍ରୋଟିନ୍‌ ପ୍ରୋଥନ୍‌କୁ ଥୁମ୍ବିନ୍ ନାମକ ଏକ ସକ୍ରିୟ ଏନ୍‌ଜାଇମ୍‌ରେ ପରିଣତ କରାଏ ।

ଥୁମ୍ବିନ୍ ପ୍ରଭାବରେ ଫାଇଟ୍ରିନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜମା-ପ୍ରୋଟିନ୍ ଫାଇବ୍ରିନ୍‌ରେ ପରିଣତ ହୁଏ ।

ଦ୍ରବଣୀୟ ଓ ତନ୍ତୁପରି ଥବା ଏହି ପ୍ରୋଟିନ୍ କ୍ଷତ ସ୍ଥାନରେ ଠୁଳ ହୋଇ ସେଠାରେ ଏକ ସୂକ୍ଷ୍ମ ଜାଲ ତିଆରି କରେ ।

ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବାଦ୍ଵାରା ଖଣ୍ଡିଆ ସ୍ଥାନ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ । ଫଳରେ କ୍ଷତରୁ ରକ୍ତ ବାହାରି ପାରେନାହିଁ ଏବଂ ରକ୍ତସ୍ରାବ ବନ୍ଦ ହୋଇଯାଏ ।

4. ମଣିଷ ହୃତ୍‌ପିଣ୍ଡର ଅବସ୍ଥିତି ଓ ବାହ୍ୟ ଗଠନ ବର୍ଣ୍ଣନ କର ।

Answer:

ଅବସ୍ଥିତି: ମନୁଷ୍ୟ ଶରୀରରେ ବକ୍ଷଗହ୍ଵର ମଧ୍ୟସ୍ଥଳରେ, ଦୁଇ ଫୁସ୍‌ଫୁସ୍ ମଝିରେ ଓ ମଧ୍ୟଚ୍ଛଦାର ଉପରେ ସାମାନ୍ୟ ବାମକୁ ହୃତ୍‌ପିଣ୍ଡ ଅବସ୍ଥିତ ।

ବାହ୍ୟଗଠନ :

  • ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍‌ପିଣ୍ଡର ଲମ୍ବ ପ୍ରାୟ 12 ସେ.ମି., ଓସାର ପ୍ରାୟ 9 ସେ.ମି. ଓ ଓଜନ ପ୍ରାୟ 250ରୁ 300 ଗ୍ରାମ୍ । ଏହାର ରଙ୍ଗ ମାଟିଆ ଲାଲ ।
  • ହୃତ୍‌ପିଣ୍ଡରେ ଚାରୋଟି ପ୍ରକୋଷ୍ଠ ରହିଛି । ଉପର ଦୁଇ ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ (ଦକ୍ଷିଣ ଓ ବାମ ଅଳିନ୍ଦ) ଓ ତଳ ଦୁଇ ପ୍ରକୋଷ୍ଠକୁ ଭେଣ୍ଡିକଲ୍ ବା ନିଳୟ (ଦକ୍ଷିଣ ବା ବାମ ନିଳୟ) କୁହାଯାଏ ।
  • ଦକ୍ଷିଣ ଅଳିନ୍ଦ ସହ ଊର୍ଦ୍ଧ୍ବ ମହାଶିରା ଓ ନିମ୍ନ ମହାଶିରା ନାମକ ଦୁଇଟି ବୃହତ୍ ରକ୍ତବାହିନୀ ଏବଂ ଦକ୍ଷିଣ ନିଜୟ ସହିତ ଫୁସ୍‌ଫୁସ୍‌ ଧମନୀ ସଂଯୁକ୍ତ ହୋଇଥାଏ ।
  • ବାମ ଅଳିନ୍ଦ ସହ ଫୁସ୍‌ଫୁସ୍ ଶିରା ଓ ବାମ ନିଳୟ ସହ ମହାଧମନୀ ସଂଯୁକ୍ତ ହୋଇଥାଏ ।
5. ଉଭିଦରେ ଜଳର ପରିବହନରେ ସଂପୃକ୍ତ ତତ୍ତ୍ଵଗୁଡ଼ିକୁ ବୁଝାଅ ।

Answer:

ଉଭିଦରେ ଜଳ ପରିବହନ ନିର୍ବାହ ପାଇଁ ଏକାଧିକ ତତ୍ତ୍ୱ ମିଶି ପ୍ରକ୍ରିୟା କରିଥାଏ। ଏହି ତତ୍ତ୍ୱଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି, ଯାହା ଗଛର ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳ ପରିବହନ କରେ।

ସଂପୃକ୍ତ ତତ୍ତ୍ୱଗୁଡ଼ିକ:

ମୂଳଜ ଚାପ (Root Pressure): ମୂଳ କୋଷମାନେ ପାରସୂତି ଦ୍ୱାରା ଜଳକୁ ଶୋଷିଥାଏ, ଏବଂ ମୂଳ ଭିତରେ ଏକ ଚାପ ସୃଷ୍ଟି କରାଯାଏ। ଏହି ଚାପ ଜଳକୁ ଜାଇଲେମ୍ ନଳୀ ମାଧ୍ୟମରେ ଉପରକୁ ଠେଲିଦିଏ।

ଉତ୍ପେଦନ ଚାପ (Transpiration Pull): ପତ୍ରମାନେ ଜଳ ଆକାରରେ ବାଷ୍ପ ଆକାରରେ ଉତ୍ସେଦନ କରିଥାଏ। ଏହା ଶୂନ୍ୟସ୍ଥାନ ସୃଷ୍ଟି କରେ, ଯାହା ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳକୁ ଉଠିବାରେ ସାହାଯ୍ୟ କରେ।

ସଂସକ୍ତି ବଳ (Cohesion): ଜଳ ଅଣୁମାନେ ଆପସରେ ଆକର୍ଷିତ ହୋଇ ଜଳ ଧାରାକୁ ଅବିଛିନ୍ନ ରଖିଥାଏ। ଏହି ଆକର୍ଷଣ ସଂସକ୍ତି ବଳ କହାଯାଏ ଯାହା ପାଇଁ ଜଳ ଜାଇଲେମ୍ ନଳୀ ମାଧ୍ୟମରେ ଉପରକୁ ଚାଲିପାରେ।

ସଂଲଗ୍ନ ବଳ (Adhesion): ଜଳ ଅଣୁମାନେ ଜାଇଲେମ୍ ନଳୀର ପ୍ରଚୀର ସହ ଆକର୍ଷିତ ହୋଇ, ଏହା ଜଳକୁ ନଳୀରେ ଉପରକୁ ଚାଲିବାରେ ସାହାଯ୍ୟ କରେ।

କୈଶିକ ଆକର୍ଷଣ (Capillary Action): ଜାଇଲେମ୍ ନଳୀରେ ଜଳ ଅଣୁମାନେ ଗୁରୁତ୍ୱାକର୍ଷଣ ବିପରୀତ ଦିଗକୁ ଚାଲିଯାଏ, ଯାହା ଦ୍ୱାରା ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳ ପରିବହନ ସମ୍ଭବ ହୁଏ।

ଉଭିଦରେ ଜଳ ପରିବହନ ପ୍ରକ୍ରିୟା ମୂଳଜ ଚାପ, ଉତ୍ପେଦନ ଚାପ, ସଂସକ୍ତି ବଳ, ସଂଲଗ୍ନ ବଳ, ଓ କୈଶିକ ଆକର୍ଷଣ ଦ୍ୱାରା ସମ୍ଭବ ହୁଏ। ଏହି ସମସ୍ତ ତତ୍ତ୍ୱ ଏକ ସମନ୍ୱୟ ରଖି ଉଭିଦରେ ଜଳ ପରିବହନ କରିଥାଏ।

6. ଉଭିଦରେ ଜଳ ପରିବହନ ଦର୍ଶାଉଥବା ଏକ ପରୀକ୍ଷଣ ବର୍ଣ୍ଣନ କର ।

Answer: ଉଭିଦରେ ଜଳର ପରିବହନ ଦର୍ଶାଇବାପାଇଁ ଏକ ପରୀକ୍ଷଣ :

ଆବଶ୍ୟକ ଉପକରଣ –
କୋନିକାଲ୍ ଫ୍ଲସ୍କ
ନାଲି କାଳି ବା ସାଫ୍ରାନିନ୍ ରଙ୍ଗ
ଜଳ
ହରଗୌରା ଗଛ ।

ପରୀକ୍ଷଣ – ଗୋଟିଏ କୋନିକାଲ୍ ଫ୍ଲସ୍କରେ ଅଧା ପାଣି ନିଆଯାଉ । ସେଥ‌ିରେ ଦୁଇତିନି ବୁନ୍ଦା ନାଲି କାଳି ମିଶାଯାଉ । ପାଣିର ରଙ୍ଗ ଲାଲ ହୋଇଛି କି ନାହିଁ ଦେଖାଯାଉ । ଗୋଟିଏ ହରଗୌରା ଗଛକୁ ସାବଧାନରେ ମାଟିରୁ ଚେର ସହ ଉପାଡ଼ି ବାହାର କରାଯାଉ । ଏବେ ଚେରରୁ ମାଟି ଧୋଇ ଦିଆଯାଉ । କୋନିକାଲ୍ ଫ୍ଲସ୍କରେ ଗଛଟିକୁ ସିଧାକରି ଠିଆ କରାଯାଉ ଯେପରି ଚେର ନାଲି ପାଣିରେ ବୁଡ଼ି ରହିବ । ଏକ ଘଣ୍ଟା ପରେ ଲକ୍ଷ୍ୟ କରାଯାଉ ।

ପର୍ଯ୍ୟବେକ୍ଷଣ : ହରଗୌରା ଗଛର କାଣ୍ଡ ଓ ପତ୍ରର ଶିରା ପ୍ରଶିରା ନାଲି ହେବାର ଦେଖାଯିବ ।

ସିଦ୍ଧାନ୍ତ : କୋନିକାଲ୍ ଫ୍ଲସ୍କରେ ଥିବା ନାଲି ପାଣି ଚେରଦ୍ଵାରା ଶୋଷିତ ହୋଇ ଗଛର କାଣ୍ଡ ଓ ପତ୍ରର ଶିରା ମଧ୍ୟକୁ ପରିବାହିତ ହୋଇଥାଏ । ଏଥୁଁ ଜଣାଗଲା ଯେ ଉଭିଦରେ ଜଳର ପରିବହନ ହୋଇଥାଏ ।

7. ମଣିଷ ହୃତ୍‌ପିଣ୍ଡର ଆଭ୍ୟନ୍ତରୀଣ ଗଠନର ନାମାର୍କିତ ଚିତ୍ର ଅଙ୍କନ କର ।

Answer: Figure

7. ଟିପ୍ପଣୀ ଦିଅ।
(କ) ଦ୍ଵୈତ ସଂଚାଳନ:

Answer : (i) ମନୁଷ୍ୟ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତ୍‌ପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ହୋଇଥ‌ିବାରୁ ଏମାନଙ୍କର ହୃତ୍‌ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
(ii) ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥ‌ିବା ବେଳେ, ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ ।
(iii) ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ଚିଲାବେଳକୁ ତାହା ଦୁଇଥର ହୃତ୍‌ପିଣ୍ଡ ମଧ୍ୟଦେଇ ପ୍ରବାହିତ ହୋଇଥାଏ । ଏ ପ୍ରକାର ରକ୍ତ ସଞ୍ଚାଳନକୁ ଶ୍ବେତ ସଞ୍ଚାଳନ କୁହାଯାଏ ।

(ଖ) ସଂସକ୍ତି ତତ୍ତ୍ଵ

Answer: ଉଭିଦରେ ଜଳ ପରିବହନ ସମ୍ବନ୍ଧରେ ବ୍ୟାଖ୍ୟା କରାଯାଇଥିବା ତିନୋଟି ତତ୍ତ୍ଵ ମଧ୍ୟରୁ ସଂସକ୍ତି ତତ୍ତ୍ବ (Cohesion theory) ଅନ୍ୟତମ।ଏହି ତତ୍ତ୍ବ ଅନୁଯାୟୀ ଜଳର ଶୋଷଣ ମୁଖ୍ୟତଃ ଉତ୍ସେଦନ ପ୍ରକ୍ରିୟା (Transpiration) ଦ୍ୱାରା ସଙ୍ଗଠିତ ହୋଇଥାଏ।

ଉତ୍ସେଦନ ପ୍ରକ୍ରିୟା ଏବଂ ଚାପ ପରିବର୍ତ୍ତନ:

  • ଉତ୍ସେଦନ ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣର ଜଳ କ୍ଷୟ ହୁଏ।
  • ଜଳ କ୍ଷୟ ହେବା ଯୋଗୁଁ ପତ୍ରଫଳକରେ ଜଳର ବିସରଣ ଚାପ (Diffusion pressure) କମିଯାଏ।
  • ଏହା ଫଳରେ, ପତ୍ରର ଶିରାପ୍ରଶିରାରୁ ଜଳ ପତ୍ରଫଳକ ମଧ୍ୟକୁ ଗତିକରେ, ଯାହା ଶିରାପ୍ରଶିରାରେ ମଧ୍ୟ ଜଳର ବିସରଣ ଚାପକୁ କମାଇଦିଏ।
  • ପତ୍ରଫଳକ ଓ ଶିରାପ୍ରଶିରାରେ ପୂର୍ବାବସ୍ଥା ଆଣିବା ପାଇଁ, ଜଳ କାଣ୍ଡର ଜାଇଲେମ୍‌ ଟିସୁରୁ ପତ୍ରର ଶିରାପ୍ରଶିରାକୁ ଗତିକରେ।
  • କାଣ୍ଡରେ ଥିବା ଜାଇଲେମ୍‌ରେ ଜଳର ଧାରା ଅକ୍ଷୁର୍ଣ୍ଣ ରଖିବା ପାଇଁ, ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ।

ଉତ୍ସେଦନଜନିତ ଆକର୍ଷଣ (Transpiration pull):

  • ପତ୍ରପୃଷ୍ଠରେ ଉତ୍ସେଦନଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୁଏ।
  • ଏହି ଜଳଧାରାକୁ ଉତ୍ସେଦନ ସ୍ରୋତ (Transpiration stream) କୁହାଯାଏ

ଜଳଧାରା ଛିନ୍ନ ନ ହେବାର କାରଣ: ଏହି ଜଳଧାରା ନିମ୍ନଲିଖିତ ଦୁଇଟି କାରଣ ଯୋଗୁଁ ସହଜରେ ଛିନ୍ନ ହୁଏନାହିଁ:

  • ସଂସକ୍ତି ବଳ (Cohesive force or Cohesion): ଅତି ସୂକ୍ଷ୍ମ ନଳୀ ଭିତରେ ଜଳ ଅଣୁମାନଙ୍କ ମଧ୍ୟରେ ସଂସକ୍ତି ବଳ ଯଥେଷ୍ଟ ଅଧିକ ଥାଏ।
  • ସଂଲଗ୍ନ ବଳ (Adhesive force or Adhesion): ଜଳ ଓ ଜାଇଲେମ୍‌ ଭିତ୍ତି ମଧ୍ୟରେ ଥିବା ସଂଲଗ୍ନ ବଳ ଯୋଗୁଁ ଜଳ ସର୍ବଦା ଜାଇଲେମ୍‌ ଭିତ୍ତି ସହ ଲାଗି ରହେ ଏବଂ ଥରେ ଲାଗି ରହିଲେ ତାହା ସହଜରେ ସେଥରୁ ଛାଡ଼ିଯାଏ ନାହିଁ।
(ଗ) ଶିରା ଓ ଧମନୀ

Answer : ଧମନୀ ଓ ଶିରା ଦୁଇଟି ମୁଖ୍ୟ ପ୍ରକାରର ରକ୍ତବାହିନୀ, ଯାହା ମାନବ ଶରୀରରେ ରକ୍ତ ପରିବହନ କରେ। ଏମାନଙ୍କର ଗଠନ, କାର୍ଯ୍ୟ ଓ ରକ୍ତ ପ୍ରବାହ ଦିଗରେ ମୁଖ୍ୟ ଭିନ୍ନତା ରହିଛି।

ଧମନୀ (Artery):

  • ଧମନୀ ହୃତ୍‌ପିଣ୍ଡରୁ ଅମ୍ଳଜାନଯୁକ୍ତ ରକ୍ତକୁ ଶରୀରର ବିଭିନ୍ନ ଅଂଗକୁ ପଠାଏ (ଫୁସ୍‌ଫୁସ୍ ଧମନୀ ବ୍ୟତିକ୍ରମ)।
  • ଏହାର ପ୍ରଚୀର ଘନ, ମଜବୁତ ଥାଏ।
  • କପାଟିକା (Valve) ନଥାଏ।
  • ଧଡ଼ ଅନୁଭୂତ ହୁଏ।
  • ଧମନୀ ଶରୀରର ଭିତର ଅଂଶରେ ଥାଏ।

ଉଦାହରଣ: ମହାଧମନୀ (Aorta), ଫୁସ୍‌ଫୁସ୍ ଧମନୀ (Pulmonary artery)

ଶିରା (Vein):

  • ଶିରା ଶରୀରର ଅଂଗଗୁଡ଼ିକୁ ଥିବା ଅମ୍ଳଜାନବିହୀନ ରକ୍ତକୁ ହୃତ୍ପିଣ୍ଡକୁ ଫେରାଇ ଆଣେ (ଫୁସ୍‌ଫୁସ୍ ଶିରା ବ୍ୟତିକ୍ରମ)।
  • ପ୍ରଚୀର ପତଳା ଓ ବ୍ୟାସ ବିଶାଳ ଥାଏ।
  • ଏଥିରେ କପାଟିକା (valves) ଥାଏ, ଯାହା ରକ୍ତକୁ ଏକ ଦିଗକୁ ବହିବାରେ ସାହାଯ୍ୟ କରେ।
  • ଧଡ଼ ଅନୁଭୂତ ହୁଏ ନାହିଁ।
  • ଶିରା କେବେ କେବେ ଚର୍ମ ତଳେ ଦେଖିବାକୁ ମିଳେ।

ଉଦାହରଣ: ମହାଶିରା (Vena cava), ଫୁସ୍‌ଫୁସ୍ ଶିରା (Pulmonary vein)

ଘ) ରକ୍ତ ବର୍ଗ

Answer: ରକ୍ତ ବର୍ଗ (Blood group) ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ରକ୍ତ। ଏହି ତଥ୍ୟକୁ ପ୍ରଥମେ କାର୍ଲ ଲ୍ୟାଣ୍ଡଷ୍ଟେଇନର୍ (Karl Landsteiner) 1930 ମସିହାରେ ଆବିଷ୍କାର କରିଥିଲେ, ଯାହା ପାଇଁ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା

ମଣିଷର ରକ୍ତକୁ ରେଡ୍ ବ୍ଲଡ୍ ସେଲ୍‌ (RBC) ଥିବା ଏଣ୍ଟିଜେନ୍ ଓ ରକ୍ତ ପ୍ରଦାହରେ ଥିବା ଏଣ୍ଟିବଡି ଅନୁସାରେ ବିଭିନ୍ନ ବର୍ଗରେ ବିଭାଜନ କରାଯାଇଛି। ସାଧାରଣତଃ ଦୁଇ ପ୍ରମୁଖ ପ୍ରଣାଳୀ ଅନୁସାରେ ରକ୍ତ ବର୍ଗ ନିର୍ଣ୍ଣୟ ହୁଏ:

1.ABO ପ୍ରଣାଳୀ:
ଏହି ପ୍ରଣାଳୀ ଅନୁଯାୟୀ ଚାରି ପ୍ରକାରର ରକ୍ତ ବର୍ଗ ଅଛି: A, B, AB, O
AB ବ୍ୟକ୍ତି: ସବୁ ରକ୍ତ ବର୍ଗରୁ ରକ୍ତ ଗ୍ରହଣ କରିପାରେ — Universal Recipient
O ବ୍ୟକ୍ତି: ସବୁ ରକ୍ତ ବର୍ଗକୁ ଦାନ କରିପାରେ — Universal Donor

2.Rh ପ୍ରଣାଳୀ:
ଯଦି ରକ୍ତରେ Rh factor (D antigen) ଥାଏ, ତେବେ ତାହାକୁ Rh+ କୁହାଯାଏ। ଯଦି ନଥାଏ, ତେବେ Rh−।
ଏହା ଅନୁଯାୟୀ ପ୍ରତ୍ୟେକ ABO ବର୍ଗ 2 ଭାଗରେ ହୁଏ — ଯଥା A+, A−, B+, B−, AB+, AB−, O+, O−

(ଙ)  କୈଶିକ ଆକର୍ଷଣ

Answer: କୈଶିକ ଆକର୍ଷଣ ହେଉଛି ଏମିତି ଏକ ପ୍ରକ୍ରିୟା, ଯାହାରେ ଜଳ କିମ୍ବା ଅନ୍ୟ ଲବଣ ସ୍ୱତଃ ଛୋଟ ନଳୀରେ ଉପରକୁ ଚାଲିଯାଏ, ଗୁରୁତ୍ୱାକର୍ଷଣ ବିପରୀତ ଦିଗରେ ଗତି କରେ। ଏହି ପ୍ରକ୍ରିୟା ଦ୍ୱାରା ଉଭିଦରେ ଜଳ ମୂଳରୁ ପତ୍ର ପର୍ଯ୍ୟନ୍ତ ଉପରକୁ ଯାଇପାରେ।

(ଚ) ମୂଳଜ ଚାପ

answer: ଯଦି କୌଣସି ଉଦ୍ଭିଦର କାଣ୍ଡକୁ ଅଧାରୁ କାଟି ଦିଆଯାଏ, ତେବେ କ୍ଷତ ସ୍ଥାନରୁ ଜଳୀୟ ପଦାର୍ଥ ବାହାରୁଥିବା ଲକ୍ଷ୍ୟ କରାଯାଏ। ଏହା ମୂଳଜ ଚାପ ଯୋଗୁଁ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ମାପ ପଦ୍ଧତି: ଗଛର କଟା ଅଂଶରେ ଯଦି ଗୋଟିଏ ମାନୋମିଟର (Manometer) ଖଞ୍ଜି ଦିଆଯାଏ, ତେବେ ମୂଳରୁ ସୃଷ୍ଟି ହେଉଥିବା ଚାପକୁ (ମୂଳଜ ଚାପ) ମାପିହେବ।

ଜଳ ପରିବହନରେ ଭୂମିକା:

  • କ୍ଷୁଦ୍ର ଉଦ୍ଭିଦଗୁଡ଼ିକରେ ଶୋଷଣ ଦ୍ୱାରା ଜଳ ସହଜରେ ବିଭିନ୍ନ ଅଙ୍ଗରେ ପହଞ୍ଚିପାରେ।
  • ତେବେ, ବଡ଼ ବଡ଼ ବୃକ୍ଷଗୁଡ଼ିକର ମୂଳରେ ସୃଷ୍ଟି ହେଉଥିବା ଚାପ ସବୁ ଅଂଶକୁ ଜଳ ପରିବହନ ପାଇଁ ଆଦୌ ଯଥେଷ୍ଟ ହୋଇ ନଥାଏ।
  • ଯଦି ଜଳର ଉର୍ଦ୍ଧ୍ୱ ପରିବହନ ପାଇଁ ମୂଳଜ ଚାପ ଆବଶ୍ୟକ ହୁଅନ୍ତା, ତେବେ ଉଚ୍ଚ ଗଛଗୁଡ଼ିକରେ ଏହି ଚାପର ପରିମାଣ ଅଧିକ ହେବା କଥା, ମାତ୍ର ତାହା ହୁଏ ନାହିଁ।
  • ଆହୁରି ମଧ୍ୟ, ଯେତେବେଳେ ଉତ୍ସେଦନ (Transpiration) ର ବେଗ ସର୍ବାଧିକ ଥାଏ, ସେହି ସମୟରେ ସର୍ବାଧିକ ଜଳ ଉପରକୁ ଉଠିଥାଏ, କିନ୍ତୁ ଠିକ୍ ସେତିକିବେଳେ ମୂଳଜ ଚାପ ସର୍ବନିମ୍ନ ଥିବା ଦେଖାଯାଏ।
  • ଏହି ସମସ୍ତ କାରଣରୁ, ଜଳ ପରିବହନରେ ମୂଳଜ ଚାପର ବିଶେଷ ଭୂମିକା ନାହିଁ କହିଲେ ଚଳେ।
9. ସଂକ୍ଷେପରେ ଉତ୍ତର ଦିଅ ।
(କ) କୈଶିକ ଆକର୍ଷଣ ଯୋଗୁଁ ଜଳର ପରିବହନ କିପରି ହୋଇଥାଏ ?

Answer : କୈଶିକ ଆକର୍ଷଣ ହେଉଛି ଏହି ପ୍ରକ୍ରିୟା, ଯାହାରେ ଜଳ ବା ଅନ୍ୟାନ୍ୟ ଦ୍ରବ୍ୟ ଏକ ଛୋଟ ନଳୀ ମାଧ୍ୟମରେ ଉପରକୁ ଚାଲିଯାଏ, ତାହାର ଗୁରୁତ୍ୱାକର୍ଷଣ ବିପରୀତ ଦିଗରେ। ଏହି ପ୍ରକ୍ରିୟା ଉଭିଦରେ ଜଳ ପରିବହନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ, ବିଶେଷକରି ମୂଳ ଠାରୁ ପତ୍ର ପର୍ଯ୍ୟନ୍ତ।

(ଖ) ମଣିଷର ରକ୍ତବର୍ଗ କିପରି ନିର୍ଣ୍ବୟ କରାଯାଇଛି ?

Answer: ମଣିଷର ରକ୍ତବର୍ଗ ABO ପ୍ରଣାଳୀ ଓ Rh ପ୍ରଣାଳୀ ଅନୁସାରେ ନିର୍ଣ୍ଣୟ କରାଯାଇଛି।

ABO ପ୍ରଣାଳୀ: ଏହି ପ୍ରଣାଳୀରେ ଚାରି ପ୍ରକାର ରକ୍ତ ବର୍ଗ ଅଛି: A, B, AB, O.

ଏଣ୍ଟିଜେନ୍:
A ବର୍ଗରେ A ଏଣ୍ଟିଜେନ୍,
B ବର୍ଗରେ B ଏଣ୍ଟିଜେନ୍,
AB ବର୍ଗରେ A ଓ B ଏଣ୍ଟିଜେନ୍,
O ବର୍ଗରେ ଏଣ୍ଟିଜେନ୍ ନାହିଁ।

Rh ପ୍ରଣାଳୀ:

  • ରକ୍ତରେ Rh factor ଥିଲେ, ସେହି ରକ୍ତକୁ Rh+ କୁହାଯାଏ, ଯଦି ନଥାଏ, ତେବେ Rh− କୁହାଯାଏ।
  • ଏହାର ଫଳସ୍ୱରୂପ ରକ୍ତ ବର୍ଗ ଅନ୍ୟ 2 ରୂପରେ ଆସିଥାଏ: AB+ ଓ AB−, O+ ଓ O−, ଇତ୍ୟାଦି।
(ଗ) ମଣିଷ ହୃତ୍‌ପିଣ୍ଡର ପ୍ରକୋଷ୍ଠ ଓ କପାଟିକାର ଅବସ୍ଥିତି ଲେଖ।

Ans: ମଣିଷ ହୃତ୍‌ପିଣ୍ଡରେ ଚାରୋଟି ପ୍ରକୋଷ୍ଠ ରହିଛି ।

1.ଦକ୍ଷିଣ ଅଳିନ୍ଦ (Right Atrium)
2.ଦକ୍ଷିଣ ନିଳୟ (Right Ventricle)
3.ବାମ ଅଳିନ୍ଦ (Left Atrium)
4.ବାମ ନିଳୟ (Left Ventricle)

ଉପର ପ୍ରକୋଷ୍ଠଗୁଡ଼ିକୁ ଅଳିନ୍ଦ ଓ ତଳ ପ୍ରକୋଷ୍ଠଗୁଡ଼ିକୁ ନିଳୟ କୁହାଯାଏ । ଦକ୍ଷିଣ ପାର୍ଶ୍ଵରେ ଥ‌ିବା ଉପର ଓ ତଳ ପ୍ରକୋଷ୍ଠକୁ ଯଥାକ୍ରମେ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଏବଂ ବାମ ପାର୍ଶ୍ଵରେ ଥୁବା ଉପର ଓ ତଳ ପ୍ରକୋଷ୍ଠକୁ ବାମ ଅଳିନ୍ଦ ଓ ବାମ ନିଳୟ କୁହାଯାଏ ।

  • ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ଵାରରେ ତିନି ପାଖୁଡ଼ାବିଶିଷ୍ଟ କପାଟିକା ଏବଂ ବାମ ଅଳିନ୍ଦ ଓ ବାମ ନିଳୟ ଭିତରେ ଦୁଇ ପାଖୁଡ଼ାବିଶିଷ୍ଟ କପାଟିକା ଥାଏ ।
  • ନିଳୟ – ରକ୍ତବାହିନୀ ଦ୍ଵାରରେ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା ଥାଏ ।
(ଘ) କେଉଁ କାରକମାନଙ୍କ ଯୋଗୁଁ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଯାଏ ?

Answer: ମୂଳଜ ଚାପ (Root Pressure), ଉତ୍ପେଦନ ଚାପ (Transpiration Pull), ସଂସକ୍ତି ବଳ (Cohesion), ଓ ସଂଲଗ୍ନ ବଳ (Adhesion) ଏହି ସମସ୍ତ କାରକମାନେ ଯୋଗୁଁ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ପହଞ୍ଚିଥାଏ।

  • ମୂଳଜ ଚାପ ମୂଳରେ ଉତ୍ପନ୍ନ ହୋଇ ଜଳକୁ ଉପରକୁ ଠେଲିଦିଏ।
  • ଉତ୍ପେଦନ ଚାପ ପତ୍ର ମାଧ୍ୟମରେ ଜଳ ବାଷ୍ପିକରଣ ଦ୍ୱାରା ଜଳକୁ ଶିଖରଭାଗକୁ ଆକର୍ଷିତ କରେ।
  • ସଂସକ୍ତି ବଳ ଓ ସଂଲଗ୍ନ ବଳ ଜଳ ଅଣୁମାନେ ଆକର୍ଷିତ ହୋଇ ଜଳକୁ ଏକ ଧାରାରେ ଚାଲିବାରେ ସାହାଯ୍ୟ କରେ।

ଏହି ସମସ୍ତ କାରକମାନେ ମିଶି ଉଭିଦରେ ଜଳ ପରିବହନ ପ୍ରକ୍ରିୟାକୁ ସମ୍ଭବ କରେ।

(ଙ)ଉଭିଦରେ ଜଳର ପରିବହନରେ ମୂଳଜ ଚାପର ଭୂମିକା କ’ଣ ?

Ans: ମୂଳଜ ଚାପ ମୂଳ କୋଷ ଦ୍ୱାରା ଉତ୍ପନ୍ନ ହୁଏ, ଯାହା ଜଳକୁ ମୂଳରୁ ଶିଖରଭାଗ ପର୍ଯ୍ୟନ୍ତ ଉପରକୁ ପ୍ରବାହିତ କରେ। ଏହି ଚାପ ଉତ୍ପେଦନ ଚାପ (transpiration pull) ଅନୁପସ୍ଥିତ ବେଳେ ଜଳ ପରିବହନରେ ମୁଖ୍ୟ ଭୂମିକା ନିଭାଏ।

10. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(କ) ମଣିଷ ରକ୍ତର କେଉଁ ଠାରେ ଆଣ୍ଟିଜେନ୍ ଓ ଆଣ୍ଠବଡ଼ି ରହିଥାନ୍ତି ?
Ans:ମଣିଷ ରକ୍ତର ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ଆଣ୍ଟିଜେନ୍ ଓ ପ୍ଲାଜ୍‌ମାରେ ଆଣ୍ଟିବଡ଼ି ଥାଏ ।

(ଖ) ଲ୍ୟାଣ୍ଡଷ୍ଟେଇନର କେଉଁ ଜାତିର ମାଙ୍କଡ଼ଙ୍କ ଲୋହିତ ରକ୍ତ କଣିକାର ବାହ୍ୟଆବରଣରେ Rh ଆଣ୍ଠ୍ରଜେନ୍ ଥିବାର ଦେଖିଲେ ?
Answer: ପାତିମାଙ୍କଡ଼ ବା ରିସସ୍ ଜାତିର ମାଙ୍କଡ଼ଙ୍କ ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ Rh ଆଣ୍ଟିଜେନ୍ ଥିବାର ଲ୍ୟାଣ୍ଡଷ୍ଟେଇନ ଦେଖିଥିଲେ।

(ଗ) ମଣିଷ ହୃତ୍‌ପିଣ୍ଡ କେତେ ପ୍ରକୋଷ୍ଠବିଶିଷ୍ଟ ?
Ans: ମଣିଷର ହୃତ୍‌ପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ

(ଘ) ପତ୍ରରେ ପ୍ରସ୍ତୁତ ଶ୍ଵେତସାର କିପରି ଭାବରେ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହୋଇଥାଏ ?
Ans: ଶ୍ଵେତସାର ଫ୍ଲୋଏମ୍ ଟିସୁ ମାଧ୍ୟମରେ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହୁଏ।

(ଙ) ଗଛର ମୂଳଜ ଚାପ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଇପାରେ ?
Ans: ଗଛର ମୂଳଜ ଚାପ ମାନୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଇପାରେ ।

11. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

(କ) କେଉଁ ରକ୍ତବାହିନୀ ଦ୍ଵାର ରକ୍ତ ମଣିଷ ହୃତ୍‌ପିଣ୍ଡରୁ ଶରୀରର ବିଭିନ୍ନ ଅଂଶକୁ ପ୍ରବାହିତ ହୋଇଥାଏ ?
Ans: ଧମନୀ

(ଖ) ଶିରାରେ କାହାର ଅବସ୍ଥିତ ଯୋଗୁଁ ରକ୍ତ ପଛକୁ ଫେରିପାରେ ନାହିଁ ?
Ans: କପାଟିକା

(ଗ) ମଣିଷ ହୃତ୍‌ପିଣ୍ଡର ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ବାରରେ କେତୋଟି ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ?
Ans: ତିନି ପାଖୁଡ଼ା ବିଶିଷ୍ଟ

(ଘ) ନିଳୟ ଓ ରକ୍ତବାହିନୀ ମଧ୍ଯରେ କେଉଁ ପ୍ରକାର କପାଟିକା ରହିଛି ?
Ans: ଅର୍ଦ୍ଧଚନ୍ଦ୍ରାକୃତ

(ଙ) ଉଭିଦର ବାୟବୀୟ ଅଂଶରୁ ଜଳୀୟ ବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ କଣ କୁହାଯାଏ ?
Ans: ଉତ୍ସେଦନ (Transpiration)

12.ଶୂନ୍ୟସ୍ଥାନ ପୂରଣ କର ।

(କ) ପତ୍ରରେ ପ୍ରସ୍ତୁତ ଶ୍ଵେତସାର ______ ଟିସୁ ଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ ।
(ଖ) ସମସ୍ତଙ୍କୁ ରକ୍ତ ଦେଇ ପାରୁଥିବା ବ୍ୟକ୍ତିକୁ _____କୁହାଯାଏ।
(ଗ) ବାମ ଅଳିନ୍ଦ ଓ ବାମ ନିଳୟ ମଧ୍ଯରେ ଥିବା କପାଟିକା ______ ପାଖୁଡ଼ା ବିଶିଷ୍ଠ କପାଟିକା ରହିଛି | (ଘ) ଉଭିଦରେ ଜଳ ଟିସୁ ମାଧ୍ୟମରେ ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ |
(ଙ) ଉସ୍ବେଦନ ଦ୍ଵାରା ଉଭିଦର __ ନିୟନ୍ତ୍ରିତ ହୋଇଥାଏ।

Answer:
(କ) ପତ୍ରରେ ପ୍ରସ୍ତୁତ ଶ୍ଵେତସାର ଫ୍ଲୋଏମ୍ ଟିସୁ ଦ୍ୱାରା ସ୍ଥାନାନ୍ତରିତ ହୋଇଥାଏ।
(ଖ) ସମସ୍ତଙ୍କୁ ରକ୍ତ ଦେଇପାରୁଥିବା ବ୍ୟକ୍ତିକୁ ସାର୍ବଜନୀନ ଦାତା (Universal Donor) କୁହାଯାଏ।
(ଗ) ବାମ ଅଳିନ୍ଦ ଓ ବାମ ନିଳୟ ମଧ୍ୟରେ ଥିବା କପାଟିକା ଦୁଇ ପାଖୁଡ଼ା ବିଶିଷ୍ଟ।
(ଘ) ଉଭିଦରେ ଜଳ ଜାଇଲେମ୍ ଟିସୁ ମାଧ୍ୟମରେ ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ।
(ଙ) ଉସ୍ବେଦନ ଦ୍ଵାରା ଉଭିଦର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ।

13. ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ / ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।

(କ) ଧମନୀ ବାଟଦେଇ ମଣିଷ ଶରୀରର ବିଭିନ୍ନ ଅଂଶରୁ ରକ୍ତ ସଂଗୃହୀତ ହୋଇ ହୃତ୍‌ପିଣ୍ଡଠାରେ ପହଞ୍ଚେ |
Answer: ଶିରା ବାଟଦେଇ ମଣିଷ ଶରୀରର ବିଭିନ୍ନ ଅଂଶରୁ ରକ୍ତ ସଂଗ୍ରହିତ ହୋଇ ହୃତ୍‌ପିଣ୍ଡ ଠାରେ ପହଞ୍ଚେ।

(ଖ) ମଣିଷ ହୃତ୍‌ପିଣ୍ଡର ବାମ ଅଳିନ୍ଦ ଓ ବାମ ନିଳୟ ଦ୍ଵାରରେ ଚାରି ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ।
Answer:ମଣିଷ ହୃତ୍ପିଣ୍ଡର ବାମ ଅଳିନ୍ଦ ଓ ବାମ ନିଳୟ ଦ୍ୱାରରେ ଦୁଇ ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି।

(ଗ) ମଣିଷ ଶୀରରରେ ଏକକ ସଞ୍ଚାଳନ ପ୍ରକାର ରକ୍ତ ସଞ୍ଚାଳନ ଦେଖାଯାଏ ।
Answer: ମଣିଷ ଶରୀରରେ ଦ୍ଵୈତ ସଞ୍ଚାଳନ ପ୍ରକାର ରକ୍ତ ସଞ୍ଚାଳନ ଦେଖାଯାଏ।

(ଘ) କୈଶିକ ଆକର୍ଷଣ ପାଇଁ ଜଳର ସଂଶକ୍ତି ବଳ ଦରକାର ।
Answer:କୈଶିକ ଆକର୍ଷଣ ପାଇଁ ଜଳର ସଂଲଗ୍ନ ବଳ ଦରକାର।

14. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖୁ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କଣ ହେବ ଲେଖ ।

(କ) ଦକ୍ଷିଣ ନିଳୟ : ଫୁସ୍‌ଫୁସ୍ ଧମନୀ : : ବାମ ନିଳୟ : ____।
Answer: ମହାଧମନୀ
ବାମ ନିଳୟ ରୁ ମହାଧମନୀ ମାଧ୍ୟମରେ ଅମ୍ଳଜାନଯୁକ୍ତ ରକ୍ତ ଶରୀରରେ ପଠାଯାଏ।

(ଖ) ଜୋକ ଲାଳ : ହିରୁଡ଼ିନ୍ : : ମଣିଷ ରକ୍ତ : __
Answer: ହିପାରିନ୍
ରକ୍ତରେ କିଛି ପରିମାଣରେ ହିପାରିନ୍ (Heparin) ନାମକ ପ୍ରୋଟିନ୍ ରହିଛି ଯାହା ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ। ହିପାରିନ୍ ପରି ଜୋକ ଲାଳରେ ଥବା ହିରୁଡିନ (Hirudin) ମଧ୍ଯ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ।

(ଗ) ଲୋହିତ ରକ୍ତକଣିକା ଆବରଣ : ଏଣ୍ଟିଜେନ୍‌ : : ପ୍ଲାଜମା : _
Answer: ଏଣ୍ଟିବଡ଼ି
ଲୋହିତ ରକ୍ତକଣିକାର ଆବରଣରେ ଥାଏ ଏଣ୍ଟିଜେନ୍, ଯେପରି ଭାବରେ ପ୍ଲାଜମାରେ ଥାଏ ଆଣ୍ଟିବଡ଼ି, ଯାହା ରକ୍ତ ବର୍ଗ ନିର୍ଣ୍ଣୟରେ ମହତ୍ତ୍ୱପୂର୍ଣ୍ଣ

(ଘ) ମୂଳଜ ଚାପ : ଚେର,: : କୈଶିକ ଆକର୍ଷଣ : __
Answer: ଜାଇଲେମ୍ ନଳୀ
ଯେପରି ମୂଳଜ ଚାପ ଚେର ମାଧ୍ୟମରେ ଜଳକୁ ଉପରକୁ ଠେଲେ, ସେପରି କୈଶିକ ଆକର୍ଷଣ ଜାଇଲେମ୍ ନଳୀ ମାଧ୍ୟମରେ ଜଳକୁ ଶିଖରଭାଗକୁ ଉଠାଏ।

Class 9 BSE Odisha Solution

Science Solution Class 9

Maths Solution Class 9

History Solution Class 9

Geography Solution Class 9

Odia Solution Class 9

English Solution Class 9